📞 +91 9583789855 📧 info@asmitatv.in
Asmita TV Logo

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି
Mar 25, 2026

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି

ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ, ଚାଲିବ ଗଣତି ମଣତି । ପ୍ରଥମେ ୧୯୭୮ ମସିହାରେ ମହାପ୍ରଭୁଙ୍କ ଅଳଙ୍କାରର ଗଣତି ମଣତି କରାଯାଇଥିଲା । ଆଉ ଏବେ ୪୮ ବର୍ଷ ପରେ ପୁଣିଥରେ ହେବ ରତ୍ନଭଣ୍ଡାର ଗଣତି । ଆଜିଠୁ ଆରମ୍ଭ କରାଯିବ ରତ୍ନଭଣ୍ଡାର ଗଣତିମଣତି। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ଶୁଭ ମୂହୁର୍ତ୍ତର ରହିଥିବା ବେଳେ ଏହି ସମୟ ମଧ୍ୟରେ ପ୍ରବେଶ କରିବେ ଗଣତିମଣତି ଟିମ୍। 

କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଏଥିପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ। ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମଟି ହେଉଛି ସୁପରଭାଇଜିଂ ଟିମ୍ ଏବଂ ଦ୍ୱିତୀୟଟି ହ୍ୟାଣ୍ଡେଲିଂ ଟିମ୍। ଏହି ଟିମ୍‌ରେ ରହିବେ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ସ୍ୱର୍ଣ୍ଣକାର ଓ ରତ୍ନବିଜ୍ଞାନୀ।

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ପ୍ରକ୍ରିୟାରେ ଚାଲିବ ଗଣତି ମଣତି। ମାର୍ଗଦର୍ଶିକା ଅନୁଯାୟୀ ସୁବର୍ଣ୍ଣ ଅଳଙ୍କାର, ରତ୍ନ ପଥର ଆଦି ମୂଲ୍ୟବାନ ଧାତୁ ସାମଗ୍ରୀର ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଏକ୍ସପର୍ଟ, ୟୁକୋ ବ୍ୟାଙ୍କର ଜଣେ ଓ ଶ୍ରୀମନ୍ଦିର ସ୍ୱର୍ଣକାରଙ୍କୁ ନିୟୋଜିତ କରାଯାଇଛି। ତେବେ ବିଶେଷ ଦିନ, ପର୍ବପର୍ବାଣି, ଶନିବାର ଓ ରବିବାର ଗଣତିମଣତି ହେବନାହିଁ। ଗଣତିମଣତି ଦିନ ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ।

Author : asmiitatv live Date: 2026-03-25

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved