ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ମିଶନ ଶକ୍ତି ବିଭାଗ ଏବଂ ଜାତୀୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଆଜି ମିଶନ ଶକ୍ତି ଭବନଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ‘ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଦ୍ବାରା ମହିଳାମାନେ ନିର୍ଭୟରେ ଯାତ୍ରା କରିବା ସହ ବଜାର ଓ ବ୍ୟବସାୟିକ କ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣିବେ। ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ, ସୁରକ୍ଷା ଏବଂ ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ପାଇଲଟ୍ ପ୍ରୋଗ୍ରାମ ଭାବେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାର ୫,୦୦୦ SHG ସଦସ୍ୟାଙ୍କୁ ସାମିଲ କରାଯାଇଥିଲା ।
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ, ଶ୍ରୀମତୀ ବିଜୟା କିଶୋର ରାହତକର, ଅଧ୍ଯକ୍ଷା, ଜାତୀୟ ମହିଳା କମିଶନ (NCW), ଶ୍ରୀମତୀ ଶୋଭନା ମହାନ୍ତି, ଅଧ୍ଯକ୍ଷା, ଓଡ଼ିଶା ରାଜ୍ୟ ମହିଳା କମିଶନ, ଶ୍ରୀମତୀ ମାନସୀ ନିମ୍ଭାଲ, କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି ବିଭାଗ, ଶ୍ରୀ ଶୈଳେନ୍ଦ୍ର କୁମାର ଜେନା, ଅତିରିକ୍ତ ଶାସନ ସଚିବ, ମିଶନ ଶକ୍ତି ବିଭାଗ ତଥା ଅନ୍ୟାନ୍ୟ ଅତିଥ୍ ଓ ବିଭାଗୀୟ ପଦାକାରୀମାନେ ଉପସ୍ଥିତ ଥିଲେ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved