📞 +91 9583789855 📧 info@asmitatv.in
Asmita TV Logo

ଆରମ୍ଭ ହେଲା ଜନଗଣନା
Apr 01, 2026

ଆରମ୍ଭ ହେଲା ଜନଗଣନା

ଜିଠୁ ସାରା ଓଡ଼ିଶାରେ ଆରମ୍ଭ ହୋଇଛି ଜନଗଣନା । ଓଡ଼ିଶାର ପ୍ରଥମ ନାଗରିକଙ୍କଠାରୁ ଆରମ୍ଭ ହୋଇଛି ଜନଗଣନା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ବମ୍ପଟି ଅନଲାଇନରେ ନିଜ ଘରର ବିବରଣୀ ଦାଖଲ କରି ଜନଗଣନା ୨୦୨୭ ଆତ୍ମ ଗଣନା ଆରମ୍ଭ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେ ଓଡିଶାର ସମସ୍ତ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି । ଜନଗଣନା ଅପରେସନ୍ ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କମିଶନର ଚଞ୍ଚଲ ରାଣା ଉପସ୍ଥିତ ଥିଲେ।

ଦୀର୍ଘ ୧୪ ବର୍ଷ ପରେ ହେଉଛି ଜନଗଣନା । ଓଡ଼ିଶା ସହ ସାରା ଦେଶରେ ଆରମ୍ଭ ହୋଇଛି ଜନଗଣନା | ଜନସାଧାରଣଙ୍କୁ ପଚରାଯିବ ୩୩ ପ୍ରଶ୍ନ । ୧୫ ତାରିଖ ପର୍ଯ୍ୟନ୍ତ ହେବ ସ୍ୱ-ଗଣନା। ଗୁପ୍ତ ରହିବ ଜଣ ସାଧାରଣଙ୍କ ସମସ୍ତ ତଥ୍ୟ | ସ୍ୱ-ଗଣନାରେ ଦିଆଯାଇଥିବା କୌଣସି ତଥ୍ୟ କୌଣସି ପ୍ରକାର ଆଇନଗତ କାର୍ଯ୍ୟରେ ପ୍ରମାଣ ଭାବରେ ସ୍ୱୀକାର କରାଯିବ ନାହିଁ | ଏହି ତଥ୍ୟ ସମ୍ପୂର୍ଣ୍ଣ ଗୁପ୍ତ ରହିବ ବୋଲି ଜନଗଣନା ସୂତ୍ରରୁ ପ୍ରକାଶ ହୋଇଛି | 

Author : Asmitatv Date: 2026-04-01

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved