ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପରାଜୟ ପରେ ଖଣ୍ଡ ବିଖଣ୍ଡିତ ବିଜେଡି । ଏହି କାରଣରୁ ଦଳରେ ଦେଖିବାକୁ ମିଳିଛି ଅନେକ ରାଜନୀତି ଆଉ ରାଜନୀତିରେ ଆସୁଥିବା ନୂଆ ମୋଡ଼ । ଆଉ ଏହାରି ଭିତରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ବିଜେଡି ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ମଇଦାନକୁ ଓହ୍ଲାଇବେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏଥର ଦଳର ଲଗାମ ରହିବ ବିଜେଡି ସୁପ୍ରିମୋଙ୍କ ହାତରେ।
ଏନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ। ଆସନ୍ତା ଅକ୍ଟୋବର, ନଭେମ୍ବରରୁ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲି ପୁଣି ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ଚେଷ୍ଟା କରିବେ । ବିଜେଡି ସପକ୍ଷରେ ନିର୍ବାଚନ କେମିତି ସଫଳ ହେବ ସେନେଇ କାମ ଆରମ୍ଭ ହୋଇସାରିଛି। ଏହି ଗସ୍ତରେ ନବୀନ ପଟ୍ଟନାୟକ ଦଳରୁ ଦୂରେଇ ଯାଇଥିବା ଲୋକଙ୍କୁ ପୁଣି ଦଳରେ ସାମିଲ ହେବା ପାଇଁ ପ୍ରେରିତ କରିବେ ।
ଏହି ଗସ୍ତର ଲକ୍ଷ ସାଧାରଣ ନିର୍ବାଚନରେ ହାରିବା ପରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବାର ପ୍ରୟାସ କରାଯିବ । ଏନେଇ ଜିଲ୍ଲାର ନେତାମାନଙ୍କୁ ବିଜେଡି କାର୍ଯ୍ୟାଳୟରୁ ଖବର ପଠାଯାଇଛି । ଏହି ପରିପ୍ରେକ୍ଷୀରେ ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି। ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତି କରିଛନ୍ତି, ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି ଏବଂ ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହିତ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ଜାନୁୟାୟୀ କିମ୍ବା ଫେବୃଆରୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ବର୍ତ୍ତମାନର ପଞ୍ଚାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ନୂତନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved