ବିଧାନସଭାରେ ନିଆରା ପ୍ରତିବାଦ । ସବୁ ଦିନ ବିରୋଧୀ ଗୃହରେ ପ୍ଲାକାର୍ଡ ଧରି ପ୍ରତିବାଦ କରନ୍ତି , ହେଲେ ବୁଧବାର ଦେଖିବାକୁ ମିଳିଲା କିଛି ନିଆରା ଚିତ୍ର । ବିରୋଧୀ ସଦସ୍ୟମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି ।
ଭୁବନେଶ୍ୱର ବିଧାନସଭାରେ ନିଆରା ପ୍ରତିବାଦ । ସବୁ ଦିନ ବିରୋଧୀ ଗୃହରେ ପ୍ଲାକାର୍ଡ ଧରି ପ୍ରତିବାଦ କରନ୍ତି , ହେଲେ ବୁଧବାର ଦେଖିବାକୁ ମିଳିଲା କିଛି ନିଆରା ଚିତ୍ର । ବିରୋଧୀ ସଦସ୍ୟମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି । ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଯାହାଫଳରେ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।
ବିଧାନସଭା ବଜେଟ୍ ଅଧିବେଶନ । ବୁଧବାର କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ବିରୋଧୀ କରିଥିଲେ ହଟ୍ଟଗୋଳ। ଗୃହ ମଧ୍ୟଭାଗକୁ ବିରୋଧ କରିଥିଲେ ବିରୋଧୀ । ସବୁ ଦିନ ପ୍ଲାକାର୍ଡ ଧରି ବିକ୍ଷୋଭ କରୁଥିବା ବେଳେ ବୁଧବାର ବିରୋଧୀ ଆପଣାଇଥିଲେ ନୂଆ ପନ୍ଥା । ପ୍ଲାକାର୍ଡ ଏବଂ ହଟ୍ଟଗୋଳ ବଦଳରେ ବିରୋଧୀ ସଦସ୍ୟ ପିନ୍ଧିଥିଲେ କଳା ପୋଷାକ । ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଲେଖାଥିଲା । ଗୃହ ମୁଲତବୀ ପରେ ବିରୋଧୀ ସଦସ୍ୟମାନେ ବିଧାନସଭା ପରିସରରେ କରିଥିଲେ ପ୍ରତିବାଦ । ସରକାରଙ୍କୁ ଏସ୍ସିବି ପୋଡ଼ି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ଏହାସହ ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଉନାହାନ୍ତି , ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।
ସେପଟେ ବିରୋଧୀଙ୍କ ଏଭଳି ପ୍ରତିବାଦ ନେଇ କଡ଼ା ଭାଷାରେ ବିରୋଧ କରିଛନ୍ତି ଶାସକ ଦଳର ସଦସ୍ୟ । ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ଏମିତି କରୁଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ। ଆମ ମୁଖ୍ୟମନ୍ତ୍ରୀ ସବଳ ଅଛନ୍ତି। ଆମ ଶାସନ କାହା ଇଙ୍ଗିତରେ ଚାଲି ନାହିଁ। ଆଲୋଚନା କରିବାକୁ ଆମେ ବିରୋଧୀଙ୍କୁ ସୁଯୋଗ ଦେଉଛି । ନୂଆପଡା ଉପନିର୍ବାଚନରେ ପରାଜୟ ଓ ରାଜ୍ୟସଭା ନିର୍ବାଚନରେ ପରାଜୟକୁ ନେଇ ସେ ଭୟବୀତ। ନିଜ ଦଳ ଭିତରେ ଯେଉଁ ବିଶୃଙ୍ଖଳା ଅଛି ତାକୁ ଲୁଚେଇବା ପାଇଁ ନାଟକ କରୁଛନ୍ତି। ଏହା ଦୁଃଖର କଥା । ଏହା ରାଜ୍ୟରେ ଏକ କଳଙ୍କିତ ଅଧ୍ୟାୟ। ତାଙ୍କ ମୁଖ୍ୟମନ୍ତ୍ରୀ କଣ କରୁଥିଲେ ଥିଲେ ଆପଣ ଜାଣନ୍ତୁ। ବିରୋଧୀ ଦଳ ପୂର୍ବରୁ ଆସୁ ନଥିଲେ ଏବେ କଣ ଏହି ନାଟକ କରିବାକୁ ଆସୁଛନ୍ତି କି। ଆମେ ବାରମ୍ବାର ସର୍ବଦଳୀୟ ବୈଠକ ଡକାଉଛୁ। ସେମାନେ ଆଲୋଚନାର କୌଣସି ସୁଫଳ ମିଳୁ ନାହିଁ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved