📞 +91 9583789855 📧 info@asmitatv.in
Asmita TV Logo

ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର
Mar 30, 2026

ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର

ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର । ସେ ରାଜ୍ୟସଭାର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ  ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି।

ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ମହାନ ବ୍ୟକ୍ତିତ୍ୱ ଏବଂ ଜଣେ କିମ୍ବଦନ୍ତୀ ପୁରୁଷ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟ ମାନଙ୍କୁ ସମର୍ଥନ କରିବାରେ ତାଙ୍କର ଭୂମିକା ଥିଲା। ସାଂସଦ ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ସୂଚନା ପ୍ରଯୁକ୍ତି କମିଟି କମିଟିର ଅଧ୍ୟକ୍ଷ ପଦରେ ନିଶିକାନ୍ତ ଥିବାରୁ ପ୍ରତିବାଦ କରି ସେ ଏହି ଇସ୍ତଫା ଦେଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

Author : asmitatv live Date: 2026-03-30

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved