ମାଓ ମୁକ୍ତ ହେବ ଓଡ଼ିଶା । ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ କରିବାକୁ କସରତ କରୁଛନ୍ତି ରାଜ୍ୟ ସରକାର । ଏଥି ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍ ମାଓନେତା ଶୁକ୍ରୁ ସମେତ 5 ନକ୍ସଲ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ପାଖରୁ ଏକେ-୪୭ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଥିଲା।ତାଙ୍କ ମୁଣ୍ଡରେ ଥିଲା 55 ଲକ୍ଷ ପୁରସ୍କାର ଟଙ୍କା।ବର୍ତ୍ତମାନ କନ୍ଧମାଳ-କଳାହାଣ୍ଡି-ରାୟଗଡା ଜିଲ୍ଲା ସୀମାନ୍ତବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ପ୍ରାୟ ୧୫ ଜଣ ମାଓବାଦୀଙ୍କ ଉପସ୍ଥିତି ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ମାଓବାଦୀଙ୍କର ଉପସ୍ଥିତି ନାହିଁ ।
ମାର୍ଚ୍ଚ ୩୧ ସୁଦ୍ଧା ସବୁ ରାଜ୍ୟକୁ ମାଓବାଦୀମୁକ୍ତ କରିବାକୁ ଟାର୍ଗେଟ ଦିଆଯାଇଛି । ଶୁକ୍ରୁକୁ ଧରିବାକୁ ବହୁଦିନ ହେବ ଓଡ଼ିଶା ପୋଲିସ ପ୍ରୟାସ ଜାରି ରଖିଥିଲା । ତାକୁ ଧରାଇଦେବା ପାଇଁ ୫୫ ଲକ୍ଷର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । କନ୍ଧମାଳରେ କିଛିବର୍ଷ ହେବ ମାଓ ନେତା ଶୁକ୍ରୁ ବେଶ୍ ସକ୍ରିୟ ଥିଲା । ଏପରିକି ସେ ଏଇଟ୍ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲା । ଶୁକ୍ରୁକୁ ଆତ୍ମସମର୍ପଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଅପିଲ୍ କରାଯାଇଥିଲା । ଶୁକ୍ରୁ ମାଓ ସଙ୍ଗଠନର ଷ୍ଟେଟ କମିଟି ସଦସ୍ୟ ଥିଲା । ତେବେ ସେ ଆତ୍ମସମର୍ପଣ କରିବା ପରେ ମାଓ ସଂଗଠନରେ ଓଡ଼ିଶାର ଆଉ କେହି ବଡ଼ ନେତା ନାହାନ୍ତି ବୋଲି ଜଣାପଡିଛି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved