📞 +91 9583789855 📧 info@asmitatv.in
Asmita TV Logo

ପୋଲିସକୁ ଗୁଳି!
Mar 26, 2026

ପୋଲିସକୁ ଗୁଳି!

ଦ୍ରକରେ ଫୁଟିଲା ଗୁଳି । ଧାମନଗର ଅଧୀନ ଚୂଡ଼ାମଣି ଥାନା ଅଞ୍ଚଳର ଏକ ଶିବ ମନ୍ଦିର ପରିସରରେ ଫୁଟିଛି ଗୁଳି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରାଥମିକ ସୂଚନା ଅନୁସାରେ, ଘଟଣାରେ ବ୍ୟବହୃତ ଅସ୍ତ୍ର କେନ୍ଦ୍ରାପଡା ଜିଲ୍ଲା ଏସପି କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଇନ୍ସପେକ୍ଟରଙ୍କର ବୋଲି ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଚୂଡ଼ାମଣି ଥାନା ଇନ୍ସପେକ୍ଟର ବନାନୀ ବେହେରା କହିଛନ୍ତି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ରୁଜୁ ହୋଇନାହିଁ , କିନ୍ତୁ ପୋଲିସ ତଦନ୍ତ ଆରମ୍ଭ କରିଛି । ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରାଯାଇ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏଫଆଇଆର ଦାୟର କରା ନଯାଇ 

କିଭଳି ତଦନ୍ତ କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ସାରିଛି । ସୂଚନା ଅନୁଯାୟୀ, ଜନୈକ ଇନ୍ସପେକ୍ଟର ଧାମନଗର ସ୍ଥିତ ନିଜର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ସେଠାରେ କୋୖଣସି  ପରିସ୍ଥିତିରେ ତାଙ୍କ ଦ୍ବାରା ଗୁଳି ଫୁଟିଥିବା କୁହାଯାଉଛି ।ଏମିତି ଵି  ଚର୍ଚ୍ଚା ହେଉଛି କି ତାଙ୍କ ଭଣଜାଙ୍କ ଦ୍ୱାରା ଅଜାଣତରେ  ଗୁଳି ଚାଲିଯାଇଥାଇପାରେ। ତେବେ ଏହି ସମ୍ବନ୍ଧରେ ପୋଲିସ ପକ୍ଷରୁ ଯଦିଓ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ତଥାବି ପୋଲିସ ଘଟଣାକୁ ଚପାଇ ଦେବାପାଇଁ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି  ।

 ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଘଟଣା ସମୟରେ ମନ୍ଦିର ପରିସରରେ କେତେକ ଲୋକ ମଧ୍ୟ ଉପସ୍ଥିତ ଥିଲେ । ହେଲେ ସୌଭାଗ୍ୟ ବସତ କାହାର କୌଣସି କ୍ଷତି ହୋଇନାହିଁ । ତଥାପି ମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି ଘଟଣା ଦାୟୀତ୍ବ ହିନତା ବୋଲି କୁହାଯାଉଛି। ଅନ୍ୟପଟେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ  ମଧ୍ୟ ସୃଷ୍ଟି ହୋଇଛି । ଘଟଣାରେ ଆହତ ପ୍ରଶାନ୍ତ ସେଠୀଙ୍କୁ ଚିକିତ୍ସା ଲାଗି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Author : asmiitatv live Date: 2026-03-26

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved