ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ପ୍ରକଳ୍ପକୁ ଲାଗି ଚାଲୁ ବାକି ରହିଥିବା ଅନ୍ୟ କେତେକ କାମ ଚାଲୁ ରହିଛି। ବର୍ତମାନ ଭଙ୍ଗା ଯାଇଥିବା ଏମ୍ ଆର ମଠ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡ୍ରେନ୍ ଓ ରାସ୍ତା କାମ ବେଳେ ମାଟିତଳେ ପୁରୀ ସହରର ପୂରୁଣା ସ୍ଥାପତ୍ୟ ଥିବା ଅନୁମାନ କରାଯାଉଛି। ପ୍ରକଳ୍ପ ଖନନ ବେଳେ ମାଟି ତଳେ ଥିବା ଏହି ଐତିହ୍ୟ ପ୍ରତି ବିପଦ ଦେଖଦେଇଛି ବୋଲି ପ୍ରତ୍ନ ତତ୍ତ୍ଵବିତ ଆଶଙ୍କା ପ୍ରକାଶ କଲେଣି। ଏପରିକି ଗଙ୍ଗବଂଶ ସମୟର ଏକ ଐତିହ୍ୟ ନଗରୀ।
ପୁରୀରେ ମାଟିତଳେ ଥିବା ସୁରାକ୍ ମିଳିଲାଣି। କଥାଟି ବିଶ୍ବାସ ହେଉନଥିଲେ ମଧ୍ୟ ସତ । ସର୍ଭେ ରିପୋର୍ଟରୁ ଏଭଳି କିଛି ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଖୋଳାଖୋଳି ଚାଲିଥିବା ସମୟରେ ମାଟିତଳୁ ଗଙ୍ଗବଂଶ ସମୟରେ କୀର୍ତ୍ତିରାଜିର ସନ୍ଧାନ କରାଯାଉଛି। କିନ୍ତୁ GPR (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସତର୍କ କରାଇ ଦେଇଛି ଯଦି ବଡ ବଡ ଡୋଜର, ଏସ୍କା ଭେଟର ଲଗାଇ କାମ କଲେ ବର୍ତ୍ତମାନର ମନ୍ଦିର ଢାଞ୍ଚା ଓ ଚଟାଣ ପ୍ରତି ବିପଦ ଆସିବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଖୋଳାଖୋଳି ଚାଲିଥିବା ବେଳେ ମାଟିତଳୁ ଗଙ୍ଗବଂଶ ସମୟର ଏହି କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା । ଏହା ପରେ ସେଠାରେ ସ୍ଥାନରେ ଜିପିଆର୍ ସର୍ଭେ ହୋଇଥିଲା । ତେବେ ଜିପିଆର୍ ସତର୍କ କରାଇ ଦେଇଥିଲା ଯେ ପରିକ୍ରମା ପ୍ରକଳ୍ପ ପୂର୍ବରୁ ଏହାର ବିଧିବଦ୍ଧ ସର୍ଭେ କରାଇବାକୁ। କିନ୍ତୁ ତତ୍କାଳୀନ ବିଜେଡି ସରକାର ଏହି ସତର୍କତା ବିନା ପ୍ରକଳ୍ପ କାମ ଆରମ୍ଭ କରିଦେଲେ ବୋଲି ସୂଚନା ଅଧିକାର କର୍ମୀ କ୍ଷୀତିଶ ସିଂହ ଅଭିଯୋଗ କରିଛନ୍ତି।
କେବଳ ଶ୍ରୀମନ୍ଦିର କଡ଼ କିମ୍ବା ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ, ବରଂ ସହର ସାରା ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି ହୋଇ ରହିଛି ବୋଲି ରିପୋର୍ଟ ମିଳିବା ପରେ ଏହି ସରକାର ପାଇଁ ଆହ୍ୱାନ ସୃଷ୍ଚି କରିଛି।
କୁହାଯାଉଛି ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ୨୧.୬ ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି । ଏମାର ମଠ ସହ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ଏଭଳି ୪୩ଟି ଐତିହ୍ୟ ଠାବ କରାଯାଇଛି । ଏହା ସହ ମାଟି କିମ୍ବା ଅନ୍ୟାନ୍ୟ ଧାତୁର ପାତ୍ର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଠାବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗ୍ରହ କରାଯାଇଥିଲା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ କେବଳ ଶ୍ରୀମନ୍ଦିର ଆଖପାଖ ନୁହେଁ ପୁରା ସହରରେ ରହିଛି ଏକ ବିକଶିତ ସୁପ୍ତ ନଗରୀଇ କଳେବର ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି।
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଆୟୋଜନ ଚାଲିଥିବା ବେଳେ ଯଦି ପ୍ରତ୍ନତତ୍ତ୍ୱବିତ୍ ଅଧିକ ଅନୁସନ୍ଧାନ କରନ୍ତି ତେବେ ପୁରୀ ସହର ତଳେ ଆଉ ଏକ ସୁପ୍ତ ସହର ସନ୍ଧାନ ଐତହାସିକମାନଙ୍କ ପାଇଁ ଗବେଷଣାର ଖୋରାକ ଯୋଗାଇବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved