ମହାକାଶର ଅନ୍ଧକାର ଭିତରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଭୟଙ୍କର ବିପଦ । ଯେତେବେଳେ ସାରା ବିଶ୍ୱ ନିଜ କାମରେ ବ୍ୟସ୍ତ ଅଛି, ସେତିକି ବେଳେ ବ୍ରହ୍ମାଣ୍ଡରୁ ଏକ 'ଡେଥ୍ ରକ୍' ବା ମୃତ୍ୟୁର ପଥର ପୃଥିବୀ ଆଡ଼କୁ ଅତି ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏହି ଗ୍ରହାଣୁର ନାମ ହେଉଛି ‘Asteroid 2026 JH2’ । ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇ ଏହି ମହାକାଶୀୟ ପଥରଟି ଆସନ୍ତା ସପ୍ତାହରେ ପୃଥିବୀର ଅତି ନିକଟ ଦେଇ ଅତିକ୍ରମ କରିବ।
ବୈଜ୍ଞାନିକଙ୍କ ତଥ୍ୟ ଅନୁଯାୟୀ, 2026 JH2 ଗ୍ରହାଣୁର ଆକାର ପ୍ରାୟ ୫୦ ରୁ ୧୧୫ ଫୁଟ ମଧ୍ୟରେ ହୋଇପାରେ । ଏହା ଏକ ବିଶାଳକାୟ ବସ୍ ବା ଏକ ବହୁତଳ ପ୍ରାସାଦ ସହିତ ସମାନ । ଯଦିଓ ଏହା ଦେଖିବାକୁ ଛୋଟ ମନେ ହେଉଛି, କିନ୍ତୁ ଏହାର ଗତି ଏବଂ ଘନତ୍ୱ ଏହାକୁ ଅତ୍ୟନ୍ତ ବିପଜ୍ଜନକ କରିଦେଇଛି । ୨୦୧୩ ମସିହାରେ ଋଷର ଚେଲିୟାବିନ୍ସକରେ ଯେଉଁ ଗ୍ରହାଣୁ ବିସ୍ଫୋରଣ ହୋଇଥିଲା, ଯାହାଫଳରେ ହଜାର ହଜାର ଲୋକ ଆହତ ହୋଇଥିଲେ ଏବଂ କୋଠାବାଡ଼ି ଭାଙ୍ଗିରୁଜି ଯାଇଥିଲା, ଏହି ନୂଆ ଗ୍ରହାଣୁଟି ପ୍ରାୟ ସେତିକି ବଡ଼ ବୋଲି ଆକଳନ କରାଯାଉଛି ।
ସବୁଠୁ ଡରାଇଲା ଭଳି କଥା ହେଉଛି ଏହାର ଦୂରତା । ସାଧାରଣତଃ ଗ୍ରହଣୁଗୁଡ଼ିକ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଯାଆନ୍ତି, କିନ୍ତୁ 2026 JH2 ପୃଥିବୀର ଅତି ନିକଟକୁ ଚାଲିଆସିବ । ମେ’ ୧୮ ତାରିଖରେ ଏହା ପୃଥିବୀଠାରୁ ମାତ୍ର ୯୧,୦୦୦ କିଲୋମିଟର ଦୂରତାରେ ରହିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଯେତିକି ଦୂରତା ଅଛି, ଏହି ଗ୍ରହାଣୁଟି ତା’ର ମାତ୍ର ଚାରି ଭାଗରୁ ଏକ ଭାଗ ଦୂରତାରେ ରହିବ । ଅର୍ଥାତ୍ ମହାକାଶ ବିଜ୍ଞାନ ଦୃଷ୍ଟିରୁ ଏହା ପୃଥିବୀକୁ ପାଖାପାଖି ଛୁଇଁକି ବାହାରିଯିବ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved