ଜେନେରାଲ୍ ଏନ୍. ଏସ୍. ରାଜା ସୁବ୍ରମଣି ଦେଶର ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ( CDS ) ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଭାରତୀୟ ସେନାର ଏହି ବରିଷ୍ଠ ଅଧିକାରୀ ଆଜି ଆନୁଷ୍ଠାନିକ ଭାବେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଗତକାଲି ପୂର୍ବତନ ସିଡିଏସ୍ ଜେନେରାଲ୍ ଅନିଲ୍ ଚୌହାନ ନିଜ ପଦବୀରୁ ଅବସର ଗ୍ରହଣ କରିଥିଲେ। କାର୍ଯ୍ୟଭାର ଗ୍ରହଣ କରି ନୂତନ ସିଡିଏସ୍ ଦେଶବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, "ଆମେ ଆମ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ।" ଜେନେରାଲ୍ ସୁବ୍ରମଣି ଭାରତର ସମସ୍ତ ନାଗରିକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ସେନା ସର୍ବଦା ନିଷ୍ଠାର ସହ ଦେଶର ସୁରକ୍ଷା କରିବ। ସଶସ୍ତ୍ର ବାହିନୀ ସମର୍ପଣ, ସାହସ, ସମ୍ମାନ ଏବଂ ବୃତ୍ତିଗତ ମନୋଭାବ ସହିତ ଦେଶର ସେବା ଜାରି ରଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଭାରତର ପ୍ରତିରକ୍ଷା ରଣନୀତିକୁ ଆଗକୁ ନେବା ଦିଗରେ ନୂଆ ସିଡିଏସ୍ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏବଂ ଜଳ, ସ୍ଥଳ ଓ ଆକାଶ ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ନୂଆ ସିଡିଏସ୍ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved