ଏମିତି ଏକ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଅଭିଯୁକ୍ତ ପୋଲିସ ଡରରେ ଥାନା ଲକର ଚାବି ଗିଳି ଦେଲା। ଆଉ ତା' ପେଟରୁ ଚାବି ବାହାର କରିବାକୁ କେବଳ ଦୁଇଟି ବାଟ ଥିଲା। ଅପରେସନ୍ ନହେଲେ ମଳ ପଟେ ବାହାର କରିବା। ତେଣୁ ମଳଦ୍ୱାର ବାଟେ ପେଟରୁ ଚାବି ବାହାର କରିବାକୁ ତିନି ଦିନ ପୋଲିସ ଆଖିରୁ ହଜିଯାଇଥିଲା ନିଦ। ତିନି ଦିନ ଯାଏଁ ରାତିଦିନ ଏକ କରି ଅଭିଯୁକ୍ତକୁ ଦଶ କେଜି କଦଳୀ ଖୁଆଇ ଖୁଆଇ ଚାବି ବାହାର କରିବାକୁ ଚେଷ୍ଟା କରିଥିଲେ ପୋଲିସ ବାବୁ। ଘଟଣାଟି ବେଙ୍ଗାଲୁରୁ (Bengaluru) ସହରର ଏକ ପୋଲିସ ଷ୍ଟେସନର।
ଅଭିଯୁକ୍ତର ନାମ କାର୍ତ୍ତିକ୍ ଓରଫ୍ ରାମୁ | ଗତ ୨୪ ତାରିଖରେ ସେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଅପହରଣ କରିଥିବାର ଅଭିଯୋଗ ହୋଇଥିଲା। ମୋବାଇଲ ଲୋକସେନ ଟ୍ରାକ୍ କରି ତାକୁ ଧରିଥିଲା ପୋଲିସ। ଥାନାକୁ ନେଇ ତା' ବିରୋଧରେ ପୋକ୍ସୋ ଆକ୍ଟ ଲଗାଯିବ ବୋଲି ଚେତାବନୀ ଦେଇଥିଲା। ଏହା ଶୁଣି ପୂରା ଡରିଯାଇଥିଲା ରାମୁ। ଆଗପଛ କି ନ ଭାବି ପାଖରେ ପଡିଥିବା ଥାନା ଲକର୍ ଚାବିକୁ ଗିଳି ଦେଇଥିଲା। ଏନେଇ ଥାନାରେ ଖେଳିଯାଇଥିଲା ହଇଚଇ।
କାଳେ ହାଜତ ମୃତ୍ୟୁ ହେଲେ ପୂରା ଦୋଷ ପୋଲିସ ଉପରେ ପଡ଼ିବ ବୋଲି ପୋଲିସର ଡର ଥିଲା। ତେଣୁ ତୁରନ୍ତ ରାମୁକୁ ଏକ ପ୍ରାଇଭେଟ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଡାକ୍ତରମାନେ ଅପରସେନ ନକରି ପ୍ରାକୃତିକ ଉପାୟରେ ମଳ ପଟେ ଚାବି ବାହାର କରିବାକୁ ବାଛିଲେ। ଫଳରେ ପୋଲିସ୍ ରାମୁକୁ ୩ ଦିନ ଯାଏଁ ହସ୍ପିଟାଲ୍ରେ ରଖି କଦଳୀ ଖୁଆଇଲା। ମୋଟ ୧୦ କିଲୋ କଦଳୀ ଖୁଆଇବା ପରେ ଶେଷରେ ଚାବିଟି ମଳ ବାଟେ ରାମୁ ପେଟରୁ ବାହାରିଲା।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved