📞 +91 9583789855 📧 info@asmitatv.in
Asmita TV Logo

ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁର ଜୀବନ
May 20, 2026

ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁର ଜୀବନ

ଏକ ଘରୋଇ ହସ୍ପିଟାଲ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଡାକ୍ତରଙ୍କ ଭୁଲ ଚିକିତ୍ସା ସହ ଚିକିତ୍ସାରେ ଅବହେଳା କାରଣରୁ ଜଣେ ନବଜାତ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଶିଶୁର ପରିବାର ଲୋକେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଶିଶୁଟିର ଚିକିତ୍ସା ସମୟରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଛି। ଶିଶୁ ମୃତୁ ହେବା  ପରେ ଅନ୍ୟ ହସ୍ପିଟାଲ ନେବାକୁ କହିଥିଲା ମା ଶକ୍ତି ହସ୍ପିଟାଲ । ଭୁବନେଶର ଆଉ ଏକ ଘରୋଇ ହସ୍ପିଟାଲ ( ସମ୍)  ନେବା ପରେ ସେ ଘରୋଇ ହସ୍ପିଟାଲ ଡାକ୍ତର କହିଲେ କି ଛୁଆ ଟି ଦୁଇ ଘଣ୍ଟା ତଳୁ ମରିଯାଇଛି । ପରିବାର ର ଅଭିଯୋଗ ମା ଶକ୍ତି ହସ୍ପିଟାଲ ନବ ଜାତ ଶିଶୁ କୁ ମାରିଦେଇଛି । ଘଟଣା ପରେ ହସ୍ପିଟାଲ ପରିସରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତିକୁ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ବୁଝାବୁଝି କରୁଛି।

Author : asmitatv live Date: 2026-05-20

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved