ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି । ଏପରି ସମୟରେ ଅଂଶୁଘାତ ବା Sunstrokeରୁ ଦୁରେଇ ରହିବା ନିହାତି ଆବଶ୍ୟକ। ଏଥିରୁ ବଞ୍ଚିବା ପାଇଁ ଖରାଦିନେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିନା କାରଣରେ ବାହାରକୁ ବାହାରନ୍ତୁ ନାହିଁ। ଶରୀରରେ ଜଳୀୟ ଅଂଶ ସନ୍ତୁଳନ ରଖିବା ପାଇଁ ପ୍ରଚୁର ପାଣି, ଲେମ୍ବୁ ପାଣି ଓ ଘୋଳଦହି ପିଅନ୍ତୁ। ବାହାରକୁ ଗଲେ ଛତା, ଚପଲ, ଓଦା କପଡ଼ା ଏବଂ ସୂତା ପୋଷାକ ବ୍ୟବହାର କରନ୍ତୁ। ଶୋଷ ନହେଲେ ବି ମଝିରେ ମଝିରେ ପାଣି ପିଅନ୍ତୁ। ଘରୁ ବାହାରିବା ପୂର୍ବରୁ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ଖରାରେ ଯିବା ସମୟରେ ମୁଣ୍ଡରେ ଟୋପି, ଓଦା ଗାମୁଛା, କଳା ଚଷମା ବ୍ୟବହାର କରନ୍ତୁ। ଅତ୍ୟଧିକ ଖରାରେ କାମ କରୁଥିଲେ ବାରମ୍ବାର ଛାଇରେ ବିଶ୍ରାମ ନିଅନ୍ତୁ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved