ଦେଶରେ ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ବଢ଼ିଥିବାବେଳେ ଡିଜେଲ୍ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ପାଇଛି । ସେହିପରି CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ଘଟିଛି ।ପେଟ୍ରୋଲ, ଡିଜେଲ ଦର ୯୦ ଟଙ୍କା ପାର। ସେହିଭଳି କୋଲକାତାରେ ପେଟ୍ରୋଲ ୧୦୮.୭୪ ଟଙ୍କା, ମୁମ୍ବାଇରେ ୧୦୬.୬୮ଟଙ୍କା, ଚେନ୍ନାଇରେ ୧୦୩.୬୭ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର। ଇରାନ-ଆମେରିକା ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ଫଳରେ ଭାରତୀୟ ସରକାରୀ କମ୍ପାନୀଗୁଡ଼ିକ ପାଇଁ ପ୍ରତିଦିନ ୧୦୦୦ କୋଟି ଟଙ୍କା କିମ୍ବା ମାସିକ ୩୦,୦୦୦ କୋଟି ଟଙ୍କା କ୍ଷତି ହେଉଛି। ଅଶୋଧିତ ତୈଳ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୦ ଡଲାର ପ୍ରତି ବ୍ୟାରେଲ ଥିଲା, ଏବେ ବ୍ୟାରେଲ ପ୍ରତି ୧୨୬ ଡଲାରରେ ପହଞ୍ଚିଛି।ମଧ୍ୟବିତ ବର୍ଗର ବାସିନ୍ଦାଙ୍କ ଉପରେ, ବିଶେଷକରି ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀ, ପରିବହନକାରୀ ଏବଂ ଛୋଟ ବ୍ୟବସାୟ ଉପରେ ପ୍ରଭାବ ପକାଇବ, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ଅତିରିକ୍ତ ବୋଝ ପକାଇବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved