📞 +91 9583789855 📧 info@asmitatv.in
Asmita TV Logo

ଭାଙ୍ଗିଲା ଶାନ୍ତି ଚୁକ୍ତି ମାଟିରେ ମିଶିବ ଇରାନ୍‌ , ୧୦୦୦ ମିଶାଇଲ୍ ଛାଡିବ ଆମେରିକା
Jul 11, 2026

ଭାଙ୍ଗିଲା ଶାନ୍ତି ଚୁକ୍ତି ମାଟିରେ ମିଶିବ ଇରାନ୍‌ , ୧୦୦୦ ମିଶାଇଲ୍ ଛାଡିବ ଆମେରିକା


ଆମେରିକା ରାଷ୍ଟ୍ରପତି ପୋନାଲ୍ଡ ଟ୍ରମ୍ପ ଇରାନ୍‌କୁ ଫାଇନାଲ ୱାର୍‌ର ଚେତାବନି ଦେଇଛନ୍ତି । ଯଦି ଇରାନ୍ ଆମେରିକାର ପିଠି ପଟେ ଟ୍ରମ୍ପଙ୍କୁ ରାସ୍ତାରୁ ହଟାଇବାକୁ କୌଣସିବି ଚେଷ୍ଟା କରେ ତେବେ ସିଧା ୧୦୦୦ ମିଶାଇଲ ଛାଡିବ ଆମେରିକା । ଏନେଇ ଟ୍ରମ୍ପ ନିଜ ଏକ୍ସ ଆକାଉଣ୍ଟରେ ଇରାନକୁ ସିଧା ଚେତାବନି ଦେଇଛନ୍ତି । ଯଦି ଆମେରିକା ସହ ଇରାନ କୌଣସି ଚାଲାକି କରେ ତେବେ ଆମେରିକା ପ୍ରସ୍ତୁତ ରଖିଥିବା ୧୦୦୦ ମିସାଇଲ ଇରାନ୍ ର କୋଣ ଅନୁକୋଣରେ ବର୍ଷାଇବ । ଏବଂ ଇରାନକୁ ପୁରାପୁରି ଧ୍ୱସଂ କରିଦେବ । 

ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଗତ କିଛି ସପ୍ତାହ ମଧ୍ୟରେ ଏକ ନୂତନ ଶୀର୍ଷରେ ପହଞ୍ଚିଛି । ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଏକ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଥିଲା, କିନ୍ତୁ ସାମ୍ପ୍ରତିକ ସାମରିକ କାର୍ଯ୍ୟକଳାପ ଏବଂ ତୀବ୍ର ବୟାନବାଜି ପରିସ୍ଥିତିକୁ ଆହୁରି ଖରାପ କରୁଥିବା ଦେଖାଯାଉଛି। 

ତେବେ ଇରାନର ହିଟ୍ ଲିଷ୍ଟରେ ଟ୍ରମ୍ପଙ୍କ ନାମ ଶୀର୍ଷରେ ଥିବା ଟ୍ରମ୍ପ ନିଜେ ନାଟୋରେ ହୋଥିବା ଶିଖର ସମ୍ମିଳନୀରେ କହିଥିଲେ । ସେ ଦାବି କରିଥିଲେ ଯେ ଆମେରିକାର ଗୁଇନ୍ଦା ସଂସ୍ଥା ପାଖରେ ପକ୍କା ଖବର ରହିଛି ଯେ ଇରାନ୍ ଟ୍ରମ୍ପଙ୍କୁ ହତ୍ୟା କରିବାପାଇଁ ଷଡଯନ୍ତ୍ର ରଚୁଛି । ଏନେଇ ଟ୍ରମ୍ପ ସିଧା ସଳଖ ଆମେରିକୀୟ ସେନାକୁ ଏକ ଦୃଢ଼ ପ୍ରତିଶୋଧମୂଳକ ସାମରିକ ବିକଳ୍ପ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। 

ଇରାନର କଥିତ ଷଡ଼ଯନ୍ତ୍ର ସମ୍ପର୍କରେ ଇସ୍ରାଏଲ ଆମେରିକା ସହିତ ଗୁପ୍ତଚର ସୂଚନା ମଧ୍ୟ ବାଣ୍ଟିଥିବା ରିପୋର୍ଟ ମଧ୍ୟରେ ଟ୍ରମ୍ପଙ୍କ ଏହି ବୟାନ ଆସିଛି। ଯଦିଓ ଏହି ଦାବିଗୁଡ଼ିକ ସ୍ୱାଧୀନଭାବରେ ନିଶ୍ଚିତ ହୋଇନାହିଁ, ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବାକ୍ ଯୁଦ୍ଧ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। 


Author : Asmitatv liv Date: 2026-07-11

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved