📞 +91 9583789855 📧 info@asmitatv.in
Asmita TV Logo

ଲକ୍ଷ୍ମୀ ବସ ଓ ଆମ ବସଷ୍ଟାଣ୍ଡ ଯୋଜନାରେ  ଦୁର୍ନୀତି  , ମନ୍ତ୍ରୀ କହିଲେ ତଦନ୍ତ ହେବ
May 31, 2026

ଲକ୍ଷ୍ମୀ ବସ ଓ ଆମ ବସଷ୍ଟାଣ୍ଡ ଯୋଜନାରେ ଦୁର୍ନୀତି , ମନ୍ତ୍ରୀ କହିଲେ ତଦନ୍ତ ହେବ

ଗତ ରାଜ୍ୟ ସରକାରଙ୍କ ଅମଳରେ  ଲକ୍ଷ୍ମୀ ବସ ଯୋଜନା ଯାହାକି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ ସେବା ଏବଂ ଆମ ବସ୍ ଷ୍ଟାଣ୍ଡ ଯୋଜନାରେ ଅର୍ଥ ବ୍ୟୟ ଏବଂ ପ୍ରଶାସନିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅକାଉଣ୍ଟାଣ୍ଟ ଜେନେରାଲ। 

ଏହାକୁ ନେଇ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ୨୦୨୩-୨୪ ଠାରୁ ୨୦୨୫-୨୬ ମଧ୍ୟରେ ଲକ୍ଷ୍ମୀ ବସ ଏବଂ ଆମ ବସ୍ ଯୋଜନାରେ ମୋଟ ୨ ହଜାର ୮୦୬ କୋଟି ଟଙ୍କାର ଅନୁଦାନ ଦିଆଯାଇଥଲା। ଏହି ଅର୍ଥ କାହିଁକି ବ୍ୟୟ ହୋଇପାରିଲା ନାହିଁ ଓ ପୂର୍ବରୁ ପ୍ରଦାନ କରାଯାଇଥିବା ଅର୍ଥ ବ୍ୟବହାର ନହେବା ସତ୍ତ୍ୱେ ପୁଣି କିପରି ଅଧିକ ଅର୍ଥ ପ୍ରଦାନ କରାଯାଇଛି ସେନେଇ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମଗା ଯାଇଛି।ଲକ୍ଷ୍ମୀ ବସ ଓ ଆମ ବସଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର।

Author : asmitatv live Date: 2026-05-31

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved