📞 +91 9583789855 📧 info@asmitatv.in
Asmita TV Logo

ସୁରକ୍ଷା ବଳୟରେ ଥିବା ବିଧାନସଭାରେ ପଶିଲା କାର
Apr 06, 2026

ସୁରକ୍ଷା ବଳୟରେ ଥିବା ବିଧାନସଭାରେ ପଶିଲା କାର

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଏକ କାର ଜୋରଜବରଦସ୍ତ ଦିଲ୍ଲୀ ବିଧାନସଭା ପରିଷର ମଧ୍ୟକୁ ଯାଉଥିବାର ଦେଖିବାକୁ ମିଳିଛି। ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ଗେଟ ନଂ୨କୁ ଭାଙ୍ଗି ଭିତରକୁ ଯାଇଥିଲା ଏକ ସନ୍ଦିଗ୍ଧ କାର । ଉତ୍ତର ପ୍ରଦେଶ ପଞ୍ଜିକରଣ ନମ୍ବର ଥିବା ଏକ କାର ୨ନଂ ଗେଟ ଭାଙ୍ଗି ଭିତରେ ପଶିଥିଲା । କାରରେ ଥିଲା ଜଣେ ମୁଖାପିନ୍ଧା ବ୍ୟକ୍ତି । ୨ନଂ ଗେଟ ଭାଙ୍ଗି ଭିତରେ ପଶିବା ପରେ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ କାର୍ୟ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେ ପର୍ଯ୍ୟନ୍ତ ତାକୁ ସୁରକ୍ଷା କର୍ମୀ ତାକୁ ଅଟକାଇ ପରି ନଥିଲେ । ଅଟେ ସୁରକ୍ଷା ବଳୟ ଭିତରେ ସେ କିପରି ବାଚଷ୍ପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । କେଉଁଠି ଥିଲେ ସୁରକ୍ଷା କର୍ମୀ? କାହିଁକି ଅଟକାଇ ପରି ନଥିଲେ ଗୋଟିଏ ସାଧାରଣ କାରକୁ? ମୁଖାପିନ୍ଧା ବ୍ୟକ୍ତିଟି ବାଚଷ୍ପତିଙ୍କ କାର୍ଯ୍ୟାଳୟ ନିକଟରେ ଯାଇ ଫୁଲ ତୋଡ଼ା ରଖି ଗାୟବ ହୋଇଯାଇଛି । ତେବେ କିଏ ଆଉ କାହିଁକି ଏପରି କରିଛି କିଛି ସ୍ପଷ୍ଟ ଜଣାପଡି ନାହିଁ । ଦିଲ୍ଲୀ ପୋଲିସ ବିଧାନସଭା ପରିଷରରେ ତଦନ୍ତ ଆରମ୍ଭ କରିଛି ।  

Author : Asmitatv Date: 2026-04-06

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved