📞 +91 9583789855 📧 info@asmitatv.in
Asmita TV Logo

ଥରିଲା ଆଫଗାନିସ୍ତାନ
Apr 04, 2026

ଥରିଲା ଆଫଗାନିସ୍ତାନ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଏହାର ପ୍ରଭାବ ପଡ଼ିଛି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ। ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ୫୦ ମିନିଟ ସମୟରେ ଦିଲ୍ଲୀ, ନୋଏଡା, ଚଣ୍ଡିଗଡ଼ ଏବଂ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡି ଆସିଥିଲେ। ଭାରତରେ ଏହି ଭୂମିକମ୍ପର ଅଧିକ ପ୍ରଭାବ ପଡି ନଥିଲେ ମଧ୍ୟ ଭୂମିକମ୍ପରେ ଆଫଗାନିସ୍ତାନରେ ୮ ଜଣଙ୍କ ମୃତ୍ୟୁ ଘଟିଛି।


Author : Asmitatv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved