📞 +91 9583789855 📧 info@asmitatv.in
Asmita TV Logo

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା
Mar 29, 2026

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

ରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ  ଅଭୁତପୁର୍ବ ସଫଳତା ହାସଲ ପ କରିଛି । ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି।

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧  ପଏଣ୍ଟ )ଏବଂ କାରବାଇନ  ସୁଟିଂରେ (୩୨୭ ପଏଣ୍ଟ) ସର୍ବମୋଟ ୧୬୦୧ ପଏଣ୍ଟ ପାଇ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡିଶା ପୋଲିସ ଟିମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ସୁଟର ଅକ୍ଷୟ କୁମାର ସାହାଣୀ  (S/131) ୩୦୦ ୟାର୍ଡ ସ୍ନାପ୍ (300 yards snap) ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଶ୍ରୀ ସାହାଣୀ ବର୍ତ୍ତମାନ ଏସଏସବିଏନ (SSBN), ଭୁବନେଶ୍ୱର ଠାରେ କାର୍ଯ୍ୟରତ ଅଛନ୍ତି।

ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସ ଟିମ୍ ଏବଂ ପଦକ ବିଜେତା ଅକ୍ଷୟ କୁମାର ସାହାଣୀ ଓ ଡେପୁଟି କମାଣ୍ଡାଣ୍ଟ,ଟିମ ମ୍ୟାନେଜର ତଥା କୋଚ ଏମ. ଏସ. ଏ ଫରିଦଙ୍କୁ ସଫଳତା ପାଇଁ  ଶୁଭେଚ୍ଛା ଜଣାଇଛନ୍ତି।

Author : asmitatv live Date: 2026-03-29

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved