ଆଜିକୁ ୩୬ ଦିନରେ ପହଞ୍ଚିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । କେହି କାହା ଠାରୁ ହାର ମାନିବାକୁ ନାରାଜ। ଶକ୍ତିରୁ ନେଇ ଅର୍ଥ ପର୍ଯ୍ୟନ୍ତ, ନେଟୱର୍କରୁ ନେଇ ତୈଳ ପର୍ଯ୍ୟନ୍ତ ଏପରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ପୁରା ବିଶ୍ୱକୁ। ଯଦି ଏହିପରି ଯୁଦ୍ଧ ଜାରି ରହିଲା ଦେଲେ ଖୁବ ଶୀଘ୍ର ଲୋକମାନେ କୋରୋନା ଭଳି ମହାମାରୀ ପରିସ୍ଥିତିର ସମ୍ମୁଖୀନ ହେବେ।
ଏହାରି ଭିତରେ ୨୪ ଘଣ୍ଟାରେ ଆମେରିକା ଏୟାରଫୋର୍ସର ଦ୍ୱିତୀୟ ଯୁଦ୍ଧ ବିମାନକୁ ଖସାଇବାକୁ ସକ୍ଷମ ହୋଇଛି ଇରାନ। ଗଲ୍ଫ ରିଜନରେ ଏହି ଯୁଦ୍ଧ ବିମାନ କ୍ରାଶ ହୋଇଛି। ତେବେ ଏହା ମଧ୍ୟରେ ଥିବା ଏକମାତ୍ର ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। ଏହାପୂର୍ବରୁ ଆମେରିକାର ଏଫ-୧୫ଇ ଯୁଦ୍ଧ ବିମାନକୁ ଇରାନ ଖସାଇଥିଲା। ଏହି ଯୁଦ୍ଧ ବିମାନରେ ଜଣେ ଗନର ଓ ଜଣେ ପାଇଲଟର ରହିଥିଲେ। କ୍ରାଶ ପରେ ଗନରଙ୍କୁ ଇରାନ ସୀମାରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କିନ୍ତୁ ଏଯାଏ ପାଇଲଟଙ୍କ ପତ୍ତା ମିଳିନାହିଁ। ତେବେ କେବେ ଲାଗିବ ଏହି ଭୟଙ୍କର ଯୁଦ୍ଧରେ ବିରାମ । ଯାହାକୁ ନେଇ ଚିନ୍ତାରେ ପୁରା ବିଶ୍ୱ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved