📞 +91 9583789855 📧 info@asmitatv.in
Asmita TV Logo

ଆମେରିକାକୁ ବୁଦ୍ଧି ଶିଖାଇଲା ଇରାନ
Mar 26, 2026

ଆମେରିକାକୁ ବୁଦ୍ଧି ଶିଖାଇଲା ଇରାନ

ଧ୍ୟପାଚ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏବେ ଶାନ୍ତି ପାଇଁ ଚର୍ଚା । ଖବର ଅନୁସାରେ, ଆମେରିକା ଇରାନ ସହ ଯୁଦ୍ଧକୁ ବନ୍ଦ କରିବା ପାଇଁ କାଳେ ପାକିସ୍ଥାନକୁ କରିଛି ମଧ୍ୟସ୍ତି । ଇରାନକୁ ୧୫ ସୂତ୍ରୀ ଶାନ୍ତି ପ୍ରସ୍ତାବ ପଠାଇଛି କାଳେ ଅ।ମେରିକା । ପାକିସ୍ତାନ ମଧ୍ୟ ଏହି ପ୍ରସ୍ତାବକୁ ଇରାନଙ୍କୁ ହସ୍ତାନ୍ତର କରିଛି । ଏପଟେ କାଳେ ଇରାନ ଏହି ପ୍ରସ୍ତାବକୁ ଖାରଜ କରି କହିଛି ଯେ ସେମାନେ କେବେ ମଧ୍ୟ ଏହାକୁ ଗ୍ରହଣ କରିବେ ନାହିଁ। ସେଥିପାଇଁ ଇରାନ ଆମେରିକାକୁ କଡ଼ା ଚେତାବନୀ ମଧ୍ୟ ଦେଇଛି ।

ଏହାରିଭିତରେ ଭାରତ ନିଜର ଶକ୍ତି ସୁରକ୍ଷା ଏବଂ ନାଗରିକମାନଙ୍କ ସୁରକ୍ଷାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛି । ବିଶ୍ୱର ସବୁଠାରୁ ଜରୁରୀ ସାମୁଦ୍ରିକ ମାର୍ଗ ହର୍ମୁଜ୍ ପ୍ରଣାଳୀ ନିକଟରେ ଉତ୍ପନ୍ନ ଅନିଶ୍ଚିତ ପରିସ୍ଥିତିକୁ ଦେଖି ଭାରତୀୟ ନୌସେନା ‘ଅପରେସନ୍ ଊର୍ଜା ସୁରକ୍ଷା’ ଆରମ୍ଭ କରିଛି । ଏହି ଅପରେସନ୍‌ର ଲକ୍ଷ୍ୟ ହେଉଛି ସେଠାରେ ଫସିଥିବା ଭାରତୀୟ ବ୍ୟବସାୟିକ ଜାହାଜ ଓ ନାବିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ।

ସମ୍ପ୍ରତି ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଅସୁବିଧା ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ପ୍ରାୟ ୨୨ଟି ଭାରତୀୟ ପତାକାଧାରୀ ଜାହାଜ ସେଠାରେ ଅଟକିଥିବା ସୂଚନା ମିଳିଛି, ଯେଉଥିରେ ୬୧୧ ଜଣ ଭାରତୀୟ ନାବିକ ରହିଥିବା ସୂଚନା ରହିଛି । ଏହି ଜାହାଜଗୁଡ଼ିକରେ ବହୁ ପରିମାଣର LPG, LNG ଓ ଅଶୋଧିତ ତୈଳ ରହିଛି  ଏଥିସହିତ ଦେଶରେ ମଧ୍ୟ ଗ୍ୟାସ ଏବଂ ତୈଳ ସମସ୍ୟ ସୃଷ୍ଟି ହେବା ପରିଲକ୍ଷିତ ହେଉଛି ।

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ପକ୍ଷରୁ ୫ରୁ ଅଧିକ ଆଧୁନିକ ଯୁଦ୍ଧଜାହାଜ ଓମାନ ସାଗର ଅଞ୍ଚଳରେ ମୁତୟନ କରାଯାଇଛି। ଏହି ଯୁଦ୍ଧଜାହାଜଗୁଡ଼ିକ ଡେଷ୍ଟ୍ରୋୟର ଓ ଫ୍ରିଗେଟ୍‌ ସହିତ ଉନ୍ନତ ସେନସର ଓ ଆଣ୍ଟି-ମିସାଇଲ୍ ପ୍ରଣାଳୀରେ ସଜ୍ଜିତ ଅଛନ୍ତି, ଯାହା ବ୍ୟବସାୟିକ ଜାହାଜଗୁଡ଼ିକୁ ଲେୟାରଡ୍ ସୁରକ୍ଷା ପ୍ରଦାନ କରୁଛି  ।

ଏହି ସମୟରେ ଭାରତର କୂଟନୀତିକ ପଦକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସିଧାସଳଖ ଭାବେ ଇରାନ ସରକାର ସହ ଆଲୋଚନା କରି ଭାରତୀୟ ଜାହାଜ ପାଇଁ ସୁରକ୍ଷିତ ମାର୍ଗ ସୁନିଶ୍ଚିତ କରିଛନ୍ତି । ଭାରତର ନିରପେକ୍ଷ ନୀତି ଯୋଗୁଁ ଇରାନ ପକ୍ଷରୁ ମଧ୍ୟ ସହଯୋଗ ମିଳୁଥିବା କୁହାଯାଇଛି ।

ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ଶକ୍ତି ସୁରକ୍ଷା ଓ ନାଗରିକମାନଙ୍କ ଜୀବନ ରକ୍ଷା ସର୍ବୋପରି । ସମସ୍ତ ଜାହାଜକୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ନୌସେନା ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ଅଛି ।

Author : asmiitatv live Date: 2026-03-26

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved