ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ପାଖକୁ ଆସିଲା ଦିଲ୍ଲୀ ବିଧାନସଭାକୁ ଉଡେଇଦେବା ପାଇଁ ଏକ ଧମକପୂର୍ଣ୍ଣ ମେଲ୍ । ବଜେଟ୍ ଉପସ୍ଥାପନ ପୂର୍ବରୁ ଏଭଳି ମେଲ୍ ଆସିବା ପରେ ସମସ୍ତଙ୍କ ମନରେ ଡର ସୃଷ୍ଟି କରିଛି। ମେଲ ଆସିବା ପରେ ଆକ୍ସନ ମୋଡ଼ରେ ଆସିଛି ଦିଲ୍ଲୀ ପୋଲିସ। କିଏ ଓ କେଉଁ ମାନସିକତାରେ ରଖି ଏପରି ଧମକ ଦେଇଛି ତାକୁ ନେଇ ଛାନଭିନ୍ ଚଳାଇଛି ଦିଲ୍ଲୀ ପୋଲିସ। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ବଢ଼ାଇଦିଆଯାଇଛି ।
ଅନ୍ୟପଟେ ବିଧାନସଭା ସହ ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ କୁ ମଧ୍ୟ ବୋମାର ଉଡ଼ାଇଦେବାକୁ ଧମକ ଦିଆଯାଇଛି ମେଲରେ । ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ ହଜାର ହଜାର ଲୋକ କାରବାର କରିଥାନ୍ତି । ଲୋକଙ୍କ ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆ ଯିବ ତା ଉପରେ ରହିଛି ନଜର।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved