ହାଣ୍ଡିଶାଳକୁ ଫେରିବ କିରୋସିନ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପୁଣି କିରୋସିନ ଫେରିବାର ବାଟ ଖୋଲିଛି । ବଜାରକୁ ଆସିବ ପ୍ରାୟ ୪୮ ହଜାର କିଲୋ ଲିଟର କିରୋସିନି । LPG ସଙ୍କଟ ଦିନକୁ ଦିନ ଗୁରୁତର ହୋଇ ପଡ଼ୁଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ରନ୍ଧନ ଗ୍ୟାସ୍ ବା LPG ଯୋଗାଣରେ ସମସ୍ୟା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିରୋସିନ ବିକ୍ରି ନିୟମ କୋହଳ କରିଛନ୍ତି। ଆଗାମୀ ୬୦ ଦିନ ପାଇଁ ସରକାରୀ ପେଟ୍ରୋଲ ପମ୍ପଗୁଡ଼ିକରେ କିରୋସିନ ବିକ୍ରି କରିବାକୁ ଅନୁମତି ଦିଆଯାଇଛି ।
ଓଡ଼ିଶା ସମେତ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ କିରୋସିନ ଯୋଗାଇ ଦିଆଯିବ। ୨୫୦୦ ଲିଟର ଯାଏ କିରୋସିନ ରଖିବାକୁ ପମ୍ପକୁ ଅନୁମତି ଦେଇଛନ୍ତି ସରକାର । ଡିଲର ଓ ଏଜେଣ୍ଟଙ୍କୁ ବିଶେଷ ସରକାରୀ ରିହାତି ମିଳିବ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଇନ୍ଧନ ଉପଲବ୍ଧତାକୁ ପ୍ରଭାବିତ କରିବା ଓ ଘରୋଇ ଏଲପିଜି ବ୍ୟବହାର ଉପରେ ଚାପ ପଡିବା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଗ୍ରାମାଞ୍ଚଳର ପରିବାରକୁ ଏଥିରେ ପ୍ରାଥମିକତା ଦିଆଯିବ । ସରକାରଙ୍କ କହିବାନୁଯାୟୀ, ଦେଶରେ ତେଲ ବା ଗ୍ୟାସର ଅଭାବ ନାହିଁ, ତେଣୁ ଆତଙ୍କିତ ହୋଇ କିରୋସିନି ଗଚ୍ଛିତ ରଖନ୍ତୁ ନାହିଁ । କଳାବଜାରୀ ରୋକିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved