ସାଧାରଣତଃ ଆମେ ସମସ୍ତେ ଭୋଜି କିମ୍ବା ହୋଟେଲରେ ପେପର ଥାଳିରେ ଖାଇବା ଖାଇଥାଉ। ଯାହା ଅତି ସହଜରେ ଏବଂ ସୁଲଭ ମୂଲ୍ୟରେ ବଜାରରେ ମିଳିଯାଏ । ହେଲେ ଆପଣ ଜାଣିଛନ୍ତି କି, ଏଥିରେ ଖାଇବା ଦ୍ୱାରା ଆମକୁ କ୍ୟାନ୍ସର ଭଳି ରୋଗ ହେବାର ସମ୍ଭବ ରହିଥାଏ । ୨୦୨୪ର ଏକ ଅଧ୍ୟୟନରେ ଏହା ସାମ୍ନାରେ ଆସିଛି। ଗୋଟିଏ ପେପର ଥାଳିରେ ୧.୩ ନିୟୁତ ରୁ ୨୫ ନିୟୁତ ମାଇକ୍ରୋପ୍ଲାଷ୍ଟିକ୍ ରହିଥାଏ।
ଯେଉଁଥିରେ ଗରମ ଖାଦ୍ୟ ଖାଇବା ଦ୍ୱାରା ଥାଳିରେ ଲାଗିଥିବା ପ୍ଲାଷ୍ଟିକ ତରଳି ଆମ ପେଟ ଭିତରକୁ ଯାଇଥାଏ । ଯାହା ଆମ ହଜମ ପ୍ରକ୍ରିୟାରେ ପ୍ରଭାବ ପକାଇଥାଏ । ଏବଂ ଏହି ପ୍ଲାଷ୍ଟିକ ସହଜରେ ହଜମ ହେଉ ନଥିବା କାରଣରୁ ପେଟରେ ଜମା ହୋଇ ଧୀରେ ଧୀରେ କର୍କଟ ଭଳି ମାରାତ୍ମକ ରୋଗରେ ପରିଣତ ହୁଅନ୍ତି । ତେଣୁ ସବୁବେଳେ ଷ୍ଟିଲ କିମ୍ବା ମାଟିର ପାତ୍ର ବ୍ୟବହାର କରିବା ଆବଶ୍ୟକ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved